ଭୁବନେଶ୍ବର ତା ୩୦/୦୩/୨୦୨୫

ହାଇଦ୍ରାବାଦ ର ଗଚିଭଲି ଇଣ୍ଡୋର ଷ୍ଟାଡିୟମ ଠାରେ ଶେଷ ହୋଇଯାଇଥିବା ଜାତୀୟ ବରିଷ୍ଟ ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତା ରେ ଓଡିଶା ର କରାଟେ କା ମାନେ ବିଭିନ୍ନ ବିଭାଗରେ ୩ ଟି ରୋପ୍ୟ ଓ ୫ ଟି କାଂସ୍ୟ ପଦକ ସହ ମୋଟ ୮ ଟି ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାର ରୋପ୍ୟ ପଦକ ବିଜେତା କରାଟେ କା ମାନେ ହେଲେ:- ଭାଲେନା ଭାଲେଣ୍ଟିନା (ମହିଳା ବରିଷ୍ଟ ବ୍ୟକ୍ତିଗତ କାଟା ବିଭାଗରେ), ତ୍ରିଲୋଚନ ରାଣା ( ୨୧ବର୍ଷ କମ ପୁରୁଷ ୫୦ କିଲୋ ରୁ କମ ଫାଇଟିଙ୍ଗ ବିଭାଗରେ) , ବେଦାନ୍ତ ଦାସ ୨୧ ବର୍ଷରୁ କମ ପୁରୁଷ ବ୍ୟକ୍ତିଗତ କାଟା ବିଭାଗରେ । କାଂସ୍ୟ ପଦକ ପାଇଥିବା କରାଟେ କା ମାନେ ହେଲେ :- ରିତେଶ ରାୟ ( ବରିଷ୍ଟ ୮୪ କିଲୋ ରୁ ଅଧିକ ପୁରୁଷ ଫାଇଟିଙ୍ଗ ବିଭାଗରେ ), ସୁମନ ଶେଖର ଦାସ (ବରିଷ୍ଟ ୮୪ କିଲୋ ରୁ କମ ଫାଇଟିଙ୍ଗ ବିଭାଗରେ), ତ୍ରିଲୋଚନ ରାଣା (ବରିଷ୍ଟ ପୁରୁଷ ୫୦ କିଲୋ ରୁ କମ ଫାଇଟିଙ୍ଗ ବିଭାଗରେ) , ସୁରୋମିତା ସିହ୍ନା (୨୧ ବର୍ଷ ରୁ କମ ମହିଳା ବ୍ୟକ୍ତିଗତ କାଟା ) ଏବଂ ଭାଲେନା ଭାଲେଣ୍ଟିନା, ସୁରୋମିତା ସିହ୍ନା, ସୁପ୍ରିୟା ମହାନ୍ତି, ପ୍ରିୟଦର୍ଶିନୀ ଦାସ, ମହିଳା ଟିମ କାଟ। ବିଭାଗରେ ।
ଏହି ପ୍ରତିଯୋଗିତାରେ କୋଚ ଓ ଅଫିସିଆଲ ଭାବେ ଖାରବେଳ ମଲିକ, ଦୀପକ ସାମନ୍ତରା, ଅରବିନ୍ଦ ପଟନାୟକ, ରାଜୀବ ସିଂ, ସନ୍ତୋଷ ମହାରଣା ଯୋଗ ଦେଇଥିବା ବେଳେ ଅବିନାଶ ପୁନ୍ଦିର ଟିମ ମ୍ୟାନେଜର ଭାବେ ଦଳ ସହ ଯାତ୍ରା କରିଥିଲେ।
ପଦକ ବିଜେତା ପ୍ରତିଯୋଗୀ ମାନଙ୍କୁ ଓଡିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଡ଼. ଗୌରି ମହାନ୍ତି ଓ ସଭାପତି ଡ. ହରିପ୍ରସାଦ ପଟ୍ଟନାୟକ , ଏବଂ କର୍ମକର୍ତ୍ତା ସଞ୍ଜୟ ଦାସ , କାଳି ପ୍ରସାଦ ନନ୍ଦ , ସନତ ନାୟକ ପ୍ରଦୀପ କୁମାର ସରକାର, ମୀରଅଜମତ ଅଲି ଓ ହିମାଂଶୁ ଶେଖର ଦାସ ପ୍ରମୁଖ ଓଡିଶା କରାଟେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ରାଜ୍ୟ କରାଟେ ସଂଘ, ରାଜ୍ୟ ସରକାରଙ୍କ କ୍ରିଡା ଓ ଯୁବ ସେବା ବିଭାଗ କୁ ଆର୍ଥିକ ସହାୟତା ଯୋଗାଇଥିବାରୁ ଧନ୍ଯବାଦ ଅର୍ପଣ କରିଛନ୍ତି ।