‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ ମତଦାନ ସୂଚୀକୁ ନେଇ ସେ ଯେଉଁ ଅଭିଯୋଗ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ । ଯଦି ସେ କରୁଥିବା ଦାବିର ପ୍ରମାଣ ଅଛି, ତେବେ ସାତ ଦିନ ଭିତରେ ଶପଥପତ୍ର (ସତ୍ୟପାଠ) ଦିଅନ୍ତୁ, ନଚେତ୍ ସାରା ଦେଶକୁ କ୍ଷମା ମାଗନ୍ତୁ ।

ଜ୍ଞାନେଶ କୁମାର କହିଛନ୍ତି, ମତଦାନ ସୂଚୀକୁ ସ୍ୱଚ୍ଛ ରଖିବା ଏକ ସାମୂହିକ ଦାୟିତ୍ୱ । ବିହାରରେ ଆମର ବୁଥ୍ ସ୍ତରର ଅଧିକାରୀ ବୁଥ୍ ସ୍ତରର ଏଜେଣ୍ଟ ଓ ରାଜନୈତିକ ଦଳ ସହ ମିଶି କାମ କରିଛନ୍ତି । ଏହି କାରଣରୁ ଅଗଷ୍ଟ ୧ ପରେ କୌଣସି ବି ରାଜନୈତିକ ଦଳ ଗୋଟିଏ ବି ଆପତ୍ତି ଉଠାଇନାହାନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ପିପିଟି ଦେଖାଇ, ଯେଉଁଥିରେ ନିର୍ବାଚନ ଆୟୋଗଙ୍କ ଡାଟା ନାହିଁ, ଭୁଲ ଭାବରେ ବିଶ୍ଲେଷଣ କରିବା ଓ କୌଣସି ମହିଳା ଦୁଇ ଥର ଭୋଟ ଦେଇଥିବା କହିବା ସଙ୍ଗୀନ ଅଭିଯୋଗ ଅଟେ । ସେ ଜୋର ଦେଇଛନ୍ତି ଯେ ବିନା ସତ୍ୟପାଠରେ ଏପରି ସଙ୍ଗୀନ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କୌଣସି ପଦକ୍ଷେପ ନେଇପାରିବେ ନାହିଁ, କାରଣ ଏହା ଉଭୟ ସମ୍ୱିଧାନ ଓ ନିର୍ବାଚନ ଆୟୋଗର ବିରୁଦ୍ଧ ଅଟେ ।

ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସେ କହିଛନ୍ତି, ‘ମୋର ସମସ୍ତ ଭୋଟରଙ୍କୁ ଅପରାଧୀ କୁହାଯିବ ଆଉ ନିର୍ବାଚନ ଆୟୋଗ ଶାନ୍ତ ରହିବ ? ଏହା ସମ୍ଭବ ନୁହେଁ । ସତ୍ୟପାଠ ଦେବାକୁ ପଡ଼ିବ, କିମ୍ୱା ଦେଶକୁ କ୍ଷମା ମାଗିବାକୁ ପଡ଼ିବ । ତୃତୀୟ ବିକଳ୍ପ ନାହିଁ । ଯଦି ସାତ ଦିନ ଭିତରେ ଶପଥପତ୍ର ନମିଳେ ତେବେ ଏହାର ଅର୍ଥ ଯେ ସବୁ ଅଭିଯୋଗ ଭିତ୍ତିହୀନ ଅଟେ ।’

Leave a Reply

Your email address will not be published. Required fields are marked *