ମୁମ୍ବାଇ,୨୩/୧୦: ଦ୍ବିତୀୟ ଦିନିକିଆରେ ବି ମାତ୍ ଖାଇଲା ଭାରତ । ୧୭ ବର୍ଷ ପରେ ଆଡିଲେଡରେ ପରାଜୟ । ଆଡିଲେଡ ଓ୍ବନଡେ’ରେ ଭାରତୀୟ ଦଳ ପରାସ୍ତ । ମ୍ୟାଚକୁ ୨ ଓ୍ବିକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ ଟିମ୍ । ୨୬୫ ରନ୍ ଟାର୍ଗେଟକୁ ୪୬.୨ ଓଭରରେ ୮ ଓ୍ବିକେଟ୍ ହରାଇ ହାସଲ କରିଛି । ଦ୍ବିତୀୟ ଦିନିକିଆ ବିଜୟ ସହିତ କଙ୍ଗାରୁ ଦଳ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିଛି । ପରବର୍ତ୍ତୀ ମ୍ୟାଚ୍ ସିଡନୀ ଗ୍ରାଉଣ୍ଡରେ ଖେଳାଯିବ । ସମ୍ମାନ ରକ୍ଷା ପାଇଁ ତୃତୀୟ ଓ୍ବାନଡେ ଲଢ଼େଇ କରିବ ଭାରତୀୟ ଦଳ । ଆଜିର ମ୍ୟାଚରେ ମୋଟ୍ ୪ଟି ଓ୍ବିକେଟ୍ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ଆଡାମ୍ ଜାମ୍ପା ।
ଦ୍ବିତୀୟ ଦିନିକିଆରେ ବି ପରାସ୍ତ ଟିମ୍ ଇଣ୍ଡିଆ; ମ୍ୟାଚ୍ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ